କରୁଣାମୟୀ ଗୋ ତୁମ ପ୍ରତୀକ୍ଷା ର ଅନ୍ତ କାହିଁ
ମୋ ମାନସ ଚକ୍ଷୁ ଦୁଇ ତୁମକୁ ଦେଖିବା ପାଇଁ
ଦିବ୍ୟାଲୋକେ ଭରୀଦିଅ ଏଇ ନୟନ ଦୁଇ ||
ଅନ୍ଧକାର ଭରା ଏଇ ଦୁନିୟା ର ପଥେ ମୁ ଯେ
କଣ୍ଟକିତ , କର୍କଶ ପୁଣି ବେଦନା ର ସାଥେ
ପାଦ ମୋ ଉଠଇ ଥରି ମା ମୁ ଚାଲି ନ ପାରଇ
ତୁମ ପରଶ କାଣୀଚାଏ ମାଗୁଛି ବିକଳ ହୋଇ
ତୃଶାର୍ତ ହୃଦୟେ ମୋ ଭକତି ର ଦୀପ ଜଳାଇ
ଦିବ୍ୟାଲୋକେ ଭରିଦିଅ.............. ||
ଏ ଛାର ଜନମ ମୋର ମା ଗୋ କର ହେ ସାର୍ଥକ
ଶୁନ୍ୟ ଅଂତରେ ମୋ ଭରିଦିଅ ଦିବ୍ୟ ପ୍ରେମ ପୁଲକ
ତବ ଅଶୀଷ ବାରୀ ଧାରା ଦିଅ ଗୋ ବରଶାଇ
ଧନଜନ ଯୌବନ ସବୁ ଛଳନା ଅଟଇ
ତୁମ ଦରଶନ ଛଡା ଅନେ ପ୍ରୟୋଜନ ନାହିଁ
ଦିବ୍ୟାଲୋକେ.............................||