Tuesday, 17 October 2017

Marichika

ମରୀଚିକା

ତୁମରି ଭରଷାରେ ଥିଲି ମୁଁ ଚାହିଁ 
ଭାଗ୍ୟର ସବୁ ଖେଳରେ ବିଜୟୀ ପାଇଁ 
ସଫଳତାର ସୀଢୀ ଚଢ଼ୁ ଚଢ଼ୁ ,
ମୁଁ କି ଜାଣିଥିଲି ,
ଖସିଯିବ ଗୋଡ 
ଅନ୍ଧକାର ର ଆଢୁଆଳେ 
ସ୍ବପ୍ନ ର ଦହନେ ଜଳି ଯିବା ପାଇଁ ||

ଏକା କରିଗଲ ଏମିତି ବେଳରେ 
ନଥିଲେ କେହି ମୋ ଭାଗ୍ୟରେ 
           ଏମିତିକି ହସିବା ପାଇଁ  ||

ନିର୍ମମତା ର ଦେଲ ଭଲ  ଉଦାହରଣ 
କାହିଁଗଲା ସେ ବିସ୍ୱାଶର ଚରମ ,
ଭଲପାଇବା ନଥିଲା ଯଦି 
ଦୟା ତ ଥିବ କେଉଁଠି ଲୁଚି ,
ଏ ଦାରୁଣ ହୃଦୟବିଦାରକ ଚିତ୍କାର 
କେଜାଣି କେମିତି ତୁମ କର୍ଣ୍ଣ ଗହ୍ବରେ
                ପଡିଲା ନାହିଁ , ପଡିଲା ନାହିଁ ||

କେତେ ଯେ ଆଖି ଲୁହର 
ସାକ୍ଷୀ ସେହି ରାତ୍ରି ଅନ୍ଧାର ଏକାକୀର 
ଏ ଦୁନିଆଁ ରେ ବଞ୍ଚିବାର ଆଶା ଦେଖାଇ 
ସୁଖର ମଧୁ ଚଖାଇ 
ଏକବାରେ ଭରିଦେଲ ଜହର,
ପ୍ରେମ ର ତୃଷ୍ନା ମେଣ୍ଟାଇବା ପାଇଁ
ପି ଚାଲିଲି ତୁମରି ଆଖିକୁ ଚାହିଁ ||

ସେତିକି ରେ ପୁରିଲାନି ମନ ତୁମ 
ତୁମେ କିବା ସତେ ଜାଣିବ
ଆଶ୍ୱାସନା ର ନାମ 
କେତେ ଦୁର୍ଦାନ୍ତ ତୁମ ଯୋଜନା ଥିଲା 
କିପରି ହୃଦୟ ତୁମ ବିକଳ ନ ହେଲା 
ଦେଖି ହସୁଥିଲ, ଦେଖି ହସୁଥିଲ 
ଆଉ ମୁଁ ବି 
ଦଉଡୁଥିଲି ଏକ ମରୀଚିକା ପାଇଁ 
             ଏକ ମରୀଚିକା ପାଇଁ ||