ଅଜାଣତେ ଆଜି ଭାବିବସେ କାହିଁ
କେଉଁ ଅଲିଭା ସ୍ମୃତିକୁ
କି ଯେ କଳ୍ପନା ଏହା
ଦିଏ ଖାଲି ଶାନ୍ତି ନାମକୁ .........
କି ଅବାସ୍ତବ ଅସୁମାରୀ ସେ ନିଆଁ
ଆଦି ଅନ୍ତ କାହିଁ ତାର
ଆହା ବିଦାରିତ କରେ ସ୍ମୃତିର ପଟକୁ.........
କେବେ ସେ ଲାଗେ ସୁପ୍ତ ଅନ୍ଧକାରେ
ପୁଣି ସତେ ଚିର ଜାଗ୍ରତ
ଅଗଭୀର ଜଳରାଶୀ ପୁଣି
ସ୍ନିଗ୍ଧତା ରେ ଭରିଦିଏ ପ୍ରାଣକୁ..........
କି ଯେ କଳ୍ପନା ଏହା
ଦିଏ ଖାଲି ଶାନ୍ତି ନାମକୁ............... ||
Really touching
ReplyDeletethanks,.....
DeleteReally touching
ReplyDelete