Monday, 17 April 2017

ଅବାସ୍ତବ ମନ

ରିମ୍ ଝିମ୍ ବରଷାର ଏ ସୁଶୀତଳ ଜଳରାଶୀ
ସୀହରାଇ ଯାଏ ମନ ,
ଲାଗେ ସତେ ଡାକୁଛି ମତେ ,
କେଉଁ ନୁଆ ରାଇଜକୁ  |

ତାର ସ୍ପର୍ଷର ସେ ଅଭୁଲା ସ୍ମୃତି
ହୃଦୟେ ମୋ ଦେଇଛି ଭରି
ଅଫୁରନ୍ତ ବେଦନା,
ସତେ ମୁ ଭାଷିଯାଏ ଏକ ଅଜଣା ଦୁନିୟା କୁ ||

ସେ ଦୁନିୟା ରେ ରହିଛି ଭରୀ ଖାଲି ଖୁସୀ ର ପସରା
ହଜାଇ ଦିଏ ଯିଏ କଣ୍ଟକୀତ ଦୁଃଖ ର ଅସରା
ଦଲକାଏ ପବନ ରେ ଉଡ଼ିବୁଲେ ସୁଦୁର ଆକାଶରେ
ମେଘ ମାଳ ସାଥେ ଖେଳେ ଲୁଚକାଳି,
ଯେପରି ସାଥୀ ଟିଏ ମିଳିଯାଇଛି ଏ ବାଆଁରା ପକ୍ଷୀ କୁ ||

ନୀଡ଼ ତାର ଗଲାଣି ହଜି
ନାହିଁ କିନ୍ତୁ ସୋଚନା ,
ଏ ଦୁନିୟା ର ସବୁଜିମା ଭରା ଛୁଆଁ
ଲାଗେ ତାକୁ କାଇଁ ଭାରି ଆପଣା ,
ପାରିଲାନି କାଇଁ ଜାଣି , କେବେଠୁ ଥିଲା ସେ ନିବିଡ଼ ଅନ୍ଧକାରେ
ଏ ସୌନ୍ଦର୍ଯ୍ୟ ଭରା ବନାନୀ ବସିଛି ଚାହିଁ
ସାଦରେ ଆଦରୀ ନେବା ପାଇଁ ତାର କୋଳକୁ ||

କି ଯେ ସେହି ଆନନ୍ଦ, କି ଯେ ସେହି ଶାନ୍ତି
କି ଯେ ସେହି ଜୀବନ ,
ଆଉ କିଛି ଲୋଡା ନାହିଁ,
ସତେ କି  ଆଉ ସାର୍ଥକ ହେଲା ତାର ଜନମ,
ଘୁରି ବୁଲୁଥିଲା ଯାହା ପାଇଁ,
ବେଲାଭୁମୀ ପରେ ହୋଇ ବ୍ୟାକୁଳ
ସେତ ମିଳିଗଲା ତାକୁ
ସାଗର ଗର୍ଭ ରେ,
ଶାନ୍ତ ମହିମାମୟ ପୁଣି ସ୍ଥିର ଅଚଂଚଳ ||

ମନ ପୁରିଗଲା , ଆତ୍ମା ଭାରିଗଲା
କି ସେ ଆନନ୍ଦ ଭରା ସନ୍ନିଧ୍ୟ ଏକ,
ଯାହାର କି କରିବି କଳ୍ପନା,
ସେ ହିଁ ତାର ନାୟିକା ଏବଂ ସେ ହିଁ ତାର ନାୟକ ||

2 comments:

  1. Tumara e kabita padhiba bhitare udibaku bhari mana hela... sesha ku tike udiba bhali madhya bodha hela... ebe mu mo denaa ku tike shakta karibi... khandi udaa dau dau udiba sikhibi purnna rupe��

    ReplyDelete
    Replies
    1. Hmmm. Udibare jou ananda aau keun thare nahi.

      Delete