Tuesday, 17 October 2017

Marichika

ମରୀଚିକା

ତୁମରି ଭରଷାରେ ଥିଲି ମୁଁ ଚାହିଁ 
ଭାଗ୍ୟର ସବୁ ଖେଳରେ ବିଜୟୀ ପାଇଁ 
ସଫଳତାର ସୀଢୀ ଚଢ଼ୁ ଚଢ଼ୁ ,
ମୁଁ କି ଜାଣିଥିଲି ,
ଖସିଯିବ ଗୋଡ 
ଅନ୍ଧକାର ର ଆଢୁଆଳେ 
ସ୍ବପ୍ନ ର ଦହନେ ଜଳି ଯିବା ପାଇଁ ||

ଏକା କରିଗଲ ଏମିତି ବେଳରେ 
ନଥିଲେ କେହି ମୋ ଭାଗ୍ୟରେ 
           ଏମିତିକି ହସିବା ପାଇଁ  ||

ନିର୍ମମତା ର ଦେଲ ଭଲ  ଉଦାହରଣ 
କାହିଁଗଲା ସେ ବିସ୍ୱାଶର ଚରମ ,
ଭଲପାଇବା ନଥିଲା ଯଦି 
ଦୟା ତ ଥିବ କେଉଁଠି ଲୁଚି ,
ଏ ଦାରୁଣ ହୃଦୟବିଦାରକ ଚିତ୍କାର 
କେଜାଣି କେମିତି ତୁମ କର୍ଣ୍ଣ ଗହ୍ବରେ
                ପଡିଲା ନାହିଁ , ପଡିଲା ନାହିଁ ||

କେତେ ଯେ ଆଖି ଲୁହର 
ସାକ୍ଷୀ ସେହି ରାତ୍ରି ଅନ୍ଧାର ଏକାକୀର 
ଏ ଦୁନିଆଁ ରେ ବଞ୍ଚିବାର ଆଶା ଦେଖାଇ 
ସୁଖର ମଧୁ ଚଖାଇ 
ଏକବାରେ ଭରିଦେଲ ଜହର,
ପ୍ରେମ ର ତୃଷ୍ନା ମେଣ୍ଟାଇବା ପାଇଁ
ପି ଚାଲିଲି ତୁମରି ଆଖିକୁ ଚାହିଁ ||

ସେତିକି ରେ ପୁରିଲାନି ମନ ତୁମ 
ତୁମେ କିବା ସତେ ଜାଣିବ
ଆଶ୍ୱାସନା ର ନାମ 
କେତେ ଦୁର୍ଦାନ୍ତ ତୁମ ଯୋଜନା ଥିଲା 
କିପରି ହୃଦୟ ତୁମ ବିକଳ ନ ହେଲା 
ଦେଖି ହସୁଥିଲ, ଦେଖି ହସୁଥିଲ 
ଆଉ ମୁଁ ବି 
ଦଉଡୁଥିଲି ଏକ ମରୀଚିକା ପାଇଁ 
             ଏକ ମରୀଚିକା ପାଇଁ ||
  

Monday, 17 April 2017

ଅବାସ୍ତବ ମନ

ରିମ୍ ଝିମ୍ ବରଷାର ଏ ସୁଶୀତଳ ଜଳରାଶୀ
ସୀହରାଇ ଯାଏ ମନ ,
ଲାଗେ ସତେ ଡାକୁଛି ମତେ ,
କେଉଁ ନୁଆ ରାଇଜକୁ  |

ତାର ସ୍ପର୍ଷର ସେ ଅଭୁଲା ସ୍ମୃତି
ହୃଦୟେ ମୋ ଦେଇଛି ଭରି
ଅଫୁରନ୍ତ ବେଦନା,
ସତେ ମୁ ଭାଷିଯାଏ ଏକ ଅଜଣା ଦୁନିୟା କୁ ||

ସେ ଦୁନିୟା ରେ ରହିଛି ଭରୀ ଖାଲି ଖୁସୀ ର ପସରା
ହଜାଇ ଦିଏ ଯିଏ କଣ୍ଟକୀତ ଦୁଃଖ ର ଅସରା
ଦଲକାଏ ପବନ ରେ ଉଡ଼ିବୁଲେ ସୁଦୁର ଆକାଶରେ
ମେଘ ମାଳ ସାଥେ ଖେଳେ ଲୁଚକାଳି,
ଯେପରି ସାଥୀ ଟିଏ ମିଳିଯାଇଛି ଏ ବାଆଁରା ପକ୍ଷୀ କୁ ||

ନୀଡ଼ ତାର ଗଲାଣି ହଜି
ନାହିଁ କିନ୍ତୁ ସୋଚନା ,
ଏ ଦୁନିୟା ର ସବୁଜିମା ଭରା ଛୁଆଁ
ଲାଗେ ତାକୁ କାଇଁ ଭାରି ଆପଣା ,
ପାରିଲାନି କାଇଁ ଜାଣି , କେବେଠୁ ଥିଲା ସେ ନିବିଡ଼ ଅନ୍ଧକାରେ
ଏ ସୌନ୍ଦର୍ଯ୍ୟ ଭରା ବନାନୀ ବସିଛି ଚାହିଁ
ସାଦରେ ଆଦରୀ ନେବା ପାଇଁ ତାର କୋଳକୁ ||

କି ଯେ ସେହି ଆନନ୍ଦ, କି ଯେ ସେହି ଶାନ୍ତି
କି ଯେ ସେହି ଜୀବନ ,
ଆଉ କିଛି ଲୋଡା ନାହିଁ,
ସତେ କି  ଆଉ ସାର୍ଥକ ହେଲା ତାର ଜନମ,
ଘୁରି ବୁଲୁଥିଲା ଯାହା ପାଇଁ,
ବେଲାଭୁମୀ ପରେ ହୋଇ ବ୍ୟାକୁଳ
ସେତ ମିଳିଗଲା ତାକୁ
ସାଗର ଗର୍ଭ ରେ,
ଶାନ୍ତ ମହିମାମୟ ପୁଣି ସ୍ଥିର ଅଚଂଚଳ ||

ମନ ପୁରିଗଲା , ଆତ୍ମା ଭାରିଗଲା
କି ସେ ଆନନ୍ଦ ଭରା ସନ୍ନିଧ୍ୟ ଏକ,
ଯାହାର କି କରିବି କଳ୍ପନା,
ସେ ହିଁ ତାର ନାୟିକା ଏବଂ ସେ ହିଁ ତାର ନାୟକ ||

Monday, 5 December 2016

ଘୁର୍ନୀବଳୟ

ଅଶାନ୍ତ ହୃଦୟ ବିଦାରିତ କରେ ପ୍ରାଣ
ଅମଡା ବାଟେ ମାଡିଚାଲେ ମୋର ଏଇ ଖିଆଲି ମନ
ବର୍ତ୍ତମାନର ଦ୍ବାହି ଦେଇ ଅତୀତ କୁ ଜଡାଇ
ବଂଚିଛି ମୁ ଏ ଦୁନିୟା ରେ ଭବିସ୍ୟତ କୁ ଚାହିଁ ||

ନିଜ ହୃଦୟ କନ୍ଦଳରୁ ପାରୁନି ନିଜକୁ ଘୋଡାଇ
ଅସି ଏକ ଘୁର୍ନିବଳୟ କାହିଁ
 କେଉଁ ଆଡେ ନେଲା ଉଡାଇ
ଅଖୀ ଖୋଲି ଦେଖେ ତ
 ଏ ଯେ ମୋ କର୍କଶ ନିସ୍ଠୁର ଅତୀତ
ପୁନର୍ବାର ନାଚି ଉଠେ ,
ସତେ ଏ ଜୀବନ ସତେ କେତେ ବ୍ୟଥାକ୍ଲିସ୍ଟ ||

ଅସୁମାରୀ ଜୁଆର ମାଡି ଆସୁଛି ସତେ କି
ଦେବ ମୋ ବେଦନା ଭାର କୁ ଭସାଇ
କିନ୍ତୁ ଏ କି ହେଲା ଆହା , ଆଘାତ ପରେ ଆଘାତ
ଯନ୍ତ୍ରଣା ମୋ ଅଧିକ ଦେଲା ବଢ଼|ଇ ||

ନାହି ଏ ବ୍ୟଥାର କିଛି ଅନ୍ତ , ନାହି ତାର କିଛି ଉପସମ
ଅତିତର ବେଳ|ଭୁଈଂ ଆଜି ସାଜିଛି ମୋ ବର୍ତ୍ତମାନର ସ୍ମଶାନ
ଦଗ୍ଧ ହେଉଛି ମୋ ପ୍ରାଣ, ପୁଣି ରକ୍ତାକ୍ତ ଶରୀର
କଣ୍ଟକୀତ ପଥେ ମୁଯେ ହେଉଛି ଅଗ୍ରସର ||

ହଠାତ୍ ପୁଣି ଦେଲି ଚାହିଁ, ଆଖିରେ ଅଖିଏ ଲୁହ ନେଇ
ଭାବିଲି କେଡେ ହତଭାଗିନୀ ମୁ ସତେ
ଆଜିବି ବସିଛି ଅତୀତ କୋଳରେ ଯାଇ |||




Monday, 19 September 2016

କଳ୍ପନା

ଅଜାଣତେ  ଆଜି ଭାବିବସେ କାହିଁ
କେଉଁ  ଅଲିଭା ସ୍ମୃତିକୁ
କି ଯେ କଳ୍ପନା ଏହା
ଦିଏ ଖାଲି ଶାନ୍ତି ନାମକୁ .........


କି ଅବାସ୍ତବ  ଅସୁମାରୀ ସେ ନିଆଁ
ଜଳିଯାଏ  ମୋ  ହୃଦୟ
ଆଦି ଅନ୍ତ କାହିଁ ତାର
ଆହା ବିଦାରିତ କରେ ସ୍ମୃତିର ପଟକୁ.........


କେବେ ସେ ଲାଗେ  ସୁପ୍ତ ଅନ୍ଧକାରେ
ପୁଣି  ସତେ  ଚିର  ଜାଗ୍ରତ
ଅଗଭୀର  ଜଳରାଶୀ  ପୁଣି
ସ୍ନିଗ୍ଧତା   ରେ   ଭରିଦିଏ   ପ୍ରାଣକୁ..........


କି  ଯେ  କଳ୍ପନା  ଏହା
ଦିଏ  ଖାଲି  ଶାନ୍ତି  ନାମକୁ............... ||

Thursday, 23 June 2016

ପ୍ରତୀକ୍ଷା

କରୁଣାମୟୀ ଗୋ ତୁମ ପ୍ରତୀକ୍ଷା ର ଅନ୍ତ କାହିଁ
ମୋ ମାନସ ଚକ୍ଷୁ ଦୁଇ ତୁମକୁ ଦେଖିବା ପାଇଁ
        କାହିଁ କେତେଦିନୁ ବସିଛି ସେ ବାଟ କୁ  ଚାହିଁ
        ଦିବ୍ୟାଲୋକେ ଭରୀଦିଅ ଏଇ ନୟନ ଦୁଇ ||



ଅନ୍ଧକାର ଭରା ଏଇ ଦୁନିୟା ର ପଥେ ମୁ ଯେ
କଣ୍ଟକିତ , କର୍କଶ ପୁଣି ବେଦନା ର ସାଥେ
ପାଦ ମୋ ଉଠଇ ଥରି ମା ମୁ ଚାଲି ନ ପାରଇ
ତୁମ ପରଶ କାଣୀଚାଏ ମାଗୁଛି ବିକଳ ହୋଇ
ତୃଶାର୍ତ ହୃଦୟେ ମୋ ଭକତି  ର ଦୀପ ଜଳାଇ
          ଦିବ୍ୟାଲୋକେ ଭରିଦିଅ.............. ||



ଏ  ଛାର  ଜନମ ମୋର ମା ଗୋ କର ହେ ସାର୍ଥକ
ଶୁନ୍ୟ ଅଂତରେ ମୋ ଭରିଦିଅ ଦିବ୍ୟ ପ୍ରେମ ପୁଲକ 
ତବ ଅଶୀଷ ବାରୀ ଧାରା ଦିଅ ଗୋ ବରଶାଇ
ଧନଜନ  ଯୌବନ ସବୁ ଛଳନା ଅଟଇ
ତୁମ ଦରଶନ  ଛଡା ଅନେ ପ୍ରୟୋଜନ ନାହିଁ
            ଦିବ୍ୟାଲୋକେ.............................||

Wednesday, 8 April 2015

ମନ ଆଉ କାଗଜ ର ସମ୍ପର୍କ "କବିତା "

କବିତା

ମନ ଆଉ କାଗଜ ର ସମ୍ପର୍କ  
ସେ ପୁଣି ଅଭୁଲା ପ୍ରେମର ପ୍ରତିକ
କେବେ ସେ ସ୍ମରଣ ସବୁ ସ୍ମୃତି ର
କେବେ ସେ ବେଦନା ଭରା ଆବେଗ

କେବେ ଖୁସି ର  ଲହରୀ ଖେଳେ ଅନ୍ତରେ
ତ ପୁଣି ଦୁଃଖର ଜୁଆର ଧରି ସାଥିରେ 
ହୃଦୟର ବେଳାଭୁଇ  ଛୁଇଁ 
ଆଗେଇ ଯାଏ ଲେଖନୀ ସାହାରା ନେଇ 

ମୋହ ମାୟା ବନ୍ଧନରେ  ଶିକ୍ତ ପୁଣି 
କେବେ ହୁଏ ସଂସାର ରୁ ମୁକ୍ତ 
ଉଡିବୁଲେ ଗଗନ ପ୍ରାନ୍ତେ ପଖୀ ସଦୃଶ
କେବେ ପୁଣି ହୁଏ ନିରାସା ରେ ଲିପ୍ତ 

ମନ ହାହାକାର ସେ ଯେ କହିନପାରଇ
ବିକଳତାକୁ ସଫେଦ୍ କାଗଜପରେ ଦିଏ ବିଛାଇ 
କାଳେ କେଉ ଅଦେଖା  ପ୍ରାଣ ତାକୁ ନେବ କୋଳାଇ
ଭରିଦେବ ଜୀବନ ତା ହୃଦଏ ଜଡାଇ .......